ଭୁବନେଶ୍ୱର : ରାଜ୍ୟର ବହୁ ସ୍ଥାନରେ ଦେଖାଯାଇଥିବା ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେବା ପରେ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖାରେ ବନ୍ୟା ଜଳ ପ୍ରବାହିତ ହୋଇଛି । ଫଳରେ ନଦୀକୂଳିଆ ଗାଁ ଓ ତଳିଆ ଅଂଚଳରେ ବନ୍ୟା ଜଳ ପ୍ରବାହିତ ହେବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ପିରିମଳ ପାଖରେ ଦୟାନଦୀରେ ଏକ ୩୦ ଫୁଟ ଘାଇ ସୃଷ୍ଟି ହେବା ଫଳରେ ଲୋକାପାଳ ଓ ହଳଦିଆପଡ଼ା ଗାଁକୁ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାର ଅଟ୍ରି ଉଷ୍ଣ ପ୍ରସବଣରେ ମଧ୍ୟ ମହାନଦୀର ଶାଖାନଦୀରୁ ଜଳ ପ୍ରବେଶ କରିଛି । ଅଟ୍ରିରେ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ଚଳାଚଳ ବନ୍ଦ ହୋଇଯାଇଛି ।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0