spot_img

କେନାଲରେ ଗାଧୋଇବା ବେଳେ ଭାସିଗଲେଣି ୨ଜଣ 

ବରଗଡ଼ : ବରଗଡ଼ କେନାଲରେ ଗାଧୋଇବା ବେଳେ ଭାସିଗଲେଣି ୨ଜଣ ନିଖୋଜ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

ପାଣିରେ ଭାସି ଦୁଇଦିନରେ ଦୁଇ ଜଣ ନିଖୋଜ । ଗତକାଲି ବରଗଡ ସିଦ୍ଧେଶ୍ୱର ନଗର ଅଞ୍ଚଳର ଜଣେ ୭୦ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ବରଗଡ଼ ମୁଖ୍ୟ କେନାଲରେ ଗାଧୋଇବା ସମୟ ପାଣି ରେ ଭାସି ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପ୍ରାୟ ୪ ରୁ ୫ଘଣ୍ଟା ସମୟରେ ଶିକ୍ଷକଙ୍କୁ  ଖୋଜା ଖୋଜି କରିଥିଲେ,  କିନ୍ତୁ ଶିକ୍ଷକଙ୍କ କୌଣସି ପତ୍ତା ମିଳିନଥିଲା ।  

ସେହିପରି ଆଜି ପୁଣି ଜଣେ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଛନ୍ତି । ବରଗଡ ତଲିପଡାର ଓମ୍ ପ୍ରକାଶ ଭୋଇ ବରଗଡ଼ ମୁଖ୍ୟ କେନାଲର ବରଡୋଲ ନିକଟରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛି ।  ପାଣିରେ ବୁଡି ଯାଇ ଭାସିଯାଇଥିବା ଅନୁମାନ କରାଯାଉଛି ।  ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି ।୨ ଦିନରେ ୨ ଜଣ ଙ୍କ କେନାଲରେ ନିଖୋଜ ହେବା,  ସହରବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular