spot_img

କେନାଲରେ ଗାଧୋଇବା ବେଳେ ଭାସିଗଲେଣି ୨ଜଣ 

ବରଗଡ଼ : ବରଗଡ଼ କେନାଲରେ ଗାଧୋଇବା ବେଳେ ଭାସିଗଲେଣି ୨ଜଣ ନିଖୋଜ ହୋଇଛନ୍ତି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି

ପାଣିରେ ଭାସି ଦୁଇଦିନରେ ଦୁଇ ଜଣ ନିଖୋଜ ଗତକାଲି ବରଗଡ ସିଦ୍ଧେଶ୍ୱର ନଗର ଅଞ୍ଚଳର ଜଣେ ୭୦ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ବରଗଡ଼ ମୁଖ୍ୟ କେନାଲରେ ଗାଧୋଇବା ସମୟ ପାଣି ରେ ଭାସି ନିଖୋଜ ହୋଇଯାଇଥିଲେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପ୍ରାୟ ରୁ ୫ଘଣ୍ଟା ସମୟରେ ଶିକ୍ଷକଙ୍କୁ  ଖୋଜା ଖୋଜି କରିଥିଲେ,  କିନ୍ତୁ ଶିକ୍ଷକଙ୍କ କୌଣସି ପତ୍ତା ମିଳିନଥିଲା  

ସେହିପରି ଆଜି ପୁଣି ଜଣେ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଛନ୍ତି ବରଗଡ ତଲିପଡାର ଓମ୍ ପ୍ରକାଶ ଭୋଇ ବରଗଡ଼ ମୁଖ୍ୟ କେନାଲର ବରଡୋଲ ନିକଟରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛି  ପାଣିରେ ବୁଡି ଯାଇ ଭାସିଯାଇଥିବା ଅନୁମାନ କରାଯାଉଛି  ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି ।୨ ଦିନରେ ଜଣ ଙ୍କ କେନାଲରେ ନିଖୋଜ ହେବା,  ସହରବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular