କଟକ : କଟକରୁ ବଡ ଧରଣର ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଠାବ ହୋଇଛି । କଟକ ଜଗତପୁର ଥାନା ପୋଲିସ କବଜାରେ ଏବେ ଲୁଟେରା ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୩୫ଟି ଚୋରା ବାଇକ୍ ଜବତ କରାଯାଇଛି । ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଟାର୍ଗେଟ୍ କରି ବାଇକ୍ ଚୋରି କରୁଥିଲେ । କୌଣସି ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ଏମାନଙ୍କ ଉପରେ ନଜର ରଖିଥିଲା । ତେବେ ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0