ଭୁବନେଶ୍ୱର: ରାଜ୍ୟରେ ଆଉ ୨ଟି ଜାଗାରେ ହେବ ପ୍ଲାଜମା ବ୍ୟାଙ୍କ । ବ୍ରହ୍ମପୁର ମେଡ଼ିକାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହି ପ୍ଲାଜମା ବ୍ୟାଙ୍କ । ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହି ପ୍ଲାଜମା ବ୍ୟାଙ୍କ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ସେ ଅପିଲ କରିଛନ୍ତି । ସେ କହିଛନ୍ତି “ପ୍ଲାଜମା ଦାନ କରିବାକୁ ଆସୁଥିବା ଲୋକଙ୍କ ଖର୍ଚ୍ଚ ବହନ କରିବେ ସରକାର । କଟକରେ ରହଣୀ ବ୍ୟବସ୍ଥା ସହ ଯାବତୀୟ ଖର୍ଚ୍ଚ ବହନ କରାଯିବ । ପ୍ଲାଜମା ଦାନକାରୀଙ୍କୁ ସରକାରଙ୍କ ପ୍ରଶଂସା ପ୍ରତ ମଧ୍ୟ ଦିଆଯିବ ।
ଲୋକଙ୍କୁ ୪ଟି ଅପିଲ କରିଛନ୍ତି ସ୍ୱସ୍ଥ୍ୟା ଏସିଏସି ପ୍ରଦୀପ୍ତ ମହାପାତ୍ର । ପ୍ରଥମଟି ହେଲା ଲକ୍ଷଣ ଲୁଚାନ୍ତୁନି , ଦ୍ୱିତୀୟଟି ହେଲା ଟେଷ୍ଟିଂ ପାଇଁ ଆସନ୍ତୁ । ତୃତୀୟ ଅପିଲଟି ହେଲା କରୋନା ଆରୋଗ୍ୟ ପ୍ଲାଜମା ଦାନ କରନ୍ତୁ ଓ ଚତୁର୍ଥଟି ହେଲା । କମୁ୍ୟନିଟିମାନେ କୋଭିଡ଼ କେୟାର ହୋମ କରନ୍ତୁ । ଠିକ୍ ଢ଼ଙ୍ଗରେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ମାନନ୍ତୁ । ବାହାରେ ଛେପ ପକାନ୍ତୁନି ଓ ହାତ ଧୁଅନ୍ତୁ । ”



Visitors Today : 2
Total Visitors : 130168
Total Views : 9891613
Visitors Online Now : 0