ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିଛି । ବିଶ୍ୱର ସମସ୍ତ ସ୍ଥାନର କାରବାର ଉପରେ ଏହାର ଗଭୀର ପ୍ରଭାବ ପଡିଛି । ଆଗାମୀ ସେପଟେମ୍ବରରେ ୟୁଏନ୍ ମହାସଭା ହେବାକୁ ଯାଉଅଛି । ମାତ୍ର ଏହି ସଭାରେ ଯୋଗଦାନ ଦେବା ପାଇଁ କୌଣସି ରାଷ୍ଟ୍ରର ମୁଖ୍ୟ ୟୁଏସ୍ ଯିବେ ନାହିଁ । ସଯୁକ୍ତ ରାଷ୍ଟ୍ର ତରଫରୁ ଏନେଇ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତିବର୍ଷ ଏହି ସମ୍ମିଳନୀରେ ୧୯୩ଟି ଦେଶର ପ୍ରତିନିଧି ଯୋଗ ଦେଇଥାନ୍ତି । ଚଳିତ ବର୍ଷ ୟୁଏନ୍ ର ୭୫ ବର୍ଷ ପୂର୍ତ୍ତି ହେଉଥିବାରୁ, ବହୁ ରାଷ୍ଟ୍ରର ମୁଖ୍ୟମାନେ ଏହି ସଭାରେ ଯୋଗ ଦେବାର ଥିଲା । କିନ୍ତୁ କରୋନା ପାଇଁ ଏବେ ବି ଅନେକ ଦେଶରେ ତାଲା ବନ୍ଦ ଜାରି ରହିଛି । ସେଥିପାଇଁ ଚଳିତ ବର୍ଷ ୟୁଏନ୍ ଯାଇ ସଭାରେ ଯୋଗ ଦେଇ ଅସମ୍ଭବ ହୋଇଛି । ତେଣୁ ଏହି ସଭାକୁ ଯେକୌଣସି ଦେଶର ମୁଖ୍ୟ ପ୍ରତିନିଧି ତଥା ନେତାମାନେ ନିଜ ନିଜର ଅଭିଭାଷଣକୁ ଭିଡିଓ ରେକର୍ଡିଂ କରି ପଠାଇ ପାରିବେ । ଏହି ସବୁ ଭିଡିଓକୁ ସେଦିନ କ୍ରମାନୁଯାୟୀ ସଭାରେ ଦେଖାଇ ଦିଆଯିବ ବୋଲି ୟୁଏନ୍ ତରଫରୁ ପ୍ରକାଶ କରାଯାଇଛି । ଏହି ସମୟରେ ପ୍ରତ୍ୟେକ ଦେଶର ସ୍ଥାୟୀ ପ୍ରତିନିଧି ସେଠାରେ ଉପସ୍ଥିତ ରହିବେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0