spot_img

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରି-ଆଡିମେସନ୍/ରି- ଚେକିଂ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ

ଭୁବନେଶ୍ୱର: ଆଜି ଠାରୁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ ରି-ଆଡିମେସନ୍/ ରି-ଚେକିଂ ପାଇଁ ଆବେଦନ କରିପାରିବେ । ପୂର୍ବରୁ ପ୍ରକାଶ ପାଇଥିବା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳରେ ଯେଉଁ ଛାତଛାତ୍ରୀ ସନ୍ତୁଷ୍ଟ ନ ଥିବେ କିମ୍ବା ସେମାନଙ୍କ ପରୀକ୍ଷା ଫଳରେ କୌଣସି ତ୍ରୁଟି ଥିବ ସେମାନେ ରି-ଆଡିମେସନ୍/ରି-ଚେକିଂ ପାଇଁ ୨୧ ତାରିଖ ଅର୍ଥାତ ଆଜି ଠାରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହାର ସବିଶେଷ ତଥ୍ୟ ‘chseodisha.nic.in <http://chseodisha.nic.in>’ ଏହି ୱେବସାଇଟରେ ଉପଲବ୍ଧ ହେବ । ଛାତ୍ର ଛାତ୍ରୀ ମାନେ ଏହି ୱେବସାଇଟରେ ନିଜ ମାର୍କସିଟ୍ କୁ ଡାଉନଲୋଡ କରି ଉଚ୍ଚତର ଶିକ୍ଷା ପାଇଁ ଆବେଦନ କରିପାରିବେ । କମ୍ପ୍ୟୁଟରାଇଜ୍‌ଡ ମାର୍କସିଟ୍, ସାର୍ଟିଫିକେଟ ଓ ମାଇଗ୍ରେସନ ସାର୍ଟିଫିକେଟ୍ ସେମାନଙ୍କ ମହାବିଦ୍ୟାଳୟ ମାଧ୍ୟମରେ ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular