spot_img

ଭଳିକି ଭଳି କଣ୍ଡେଇ .. ଆକର୍ଷିତ କରୁଛି ମନ୍ଦିର ପ୍ରାଙ୍ଗଣା

ମୟୁରଭଞ୍ଜ : ବାରିପଦା ବଜାରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହି ମନମୁଖି ହାତ ତିଆରି କଂଣ୍ଡେଇ ଦେଖିବାକୁ ମିଳୁଛି । କିଛି ବିହାରୀ ସମ୍ପ୍ରଦାୟର ଲୋକେ ରାସ୍ତା କୋଡ଼ରେ ବିକ୍ରି କରୁଛନ୍ତି । ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଆକର୍ଶିତ କରୁଛି ଏହି ସୁନ୍ଦର ସୁନ୍ଦର କଂଣ୍ଡେଇ । ସତରେ ସ୍ରଷ୍ଟାଙ୍କ ସୃଷ୍ଟି ଅଜବ୍ । ଯିଏ ଏହି ସୁନ୍ଦର ସୁନ୍ଦର କଣ୍ଡେଇ ତିଆରି କରୁଛନ୍ତି ସେମାନଙ୍କ କଳା ଅନନ୍ୟ । ଲୋକଙ୍କୁ ଟିକିଏ ଖୁସି କରିବା ପାଇଁ କାହିଁ କେଉଁ ରାଇଜରୁ ଏମାନେ ଛୁଟି ଆସିଛନ୍ତି । କିଛି ଟଙ୍କା ରୋଜଗାର କରିବା ଆଶାରେ ।

 

ଲୋକଡ଼ାଉନ ପାଇଁ ଦେଶରେ ଲୋକଙ୍କ ଆର୍ଥିକ ସ୍ଥିତି ସମସ୍ତଙ୍କୁ ଜଣା । ବିଶେଷ କରି ବୁଲା ବିକାଳି ମାନେ ଏଥିରେ ବେଶି ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ହେଲେବି ସେମାନେ ହାର ମାନି ନାହାଁନ୍ତି । ନିଜ ଜୀବନ ଏବଂ ନିଜ ପରିବାରର ଗୁଜୁରାଣ ମେଂଟାଇବା ପାଇଁ କିଛିନା କିଛି ବୃତି ଆପଣାଇ ଚାଲିଛନ୍ତି । ଅନ୍ୟ ପାଖରେ ହାତ ନପତାଇ ନିଜ ବଳରେ ଅର୍ଥ ରୋଜଗାର କରୁଛନ୍ତି । ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ।
ସେ ଯାହା ହେଉନା କାହିଁକି ସେମାନଙ୍କ ତିଆରି ଏହି ଭଳିକି ଭଳି ଆକର୍ଷଣୀୟ କଣ୍ଢେଇ ସମସ୍ତଙ୍କ ମନ ମହୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular