ବଲାଙ୍ଗିର: ବଲଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀକୁ ଡ଼େଇଁ ଦୁଇ ଭଉଣି ନିଖୋଜ । ଘଟଣା ସ୍ଥଳରେ ତୁଷୁରା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାଯ୍ୟ ଜାରି ରଖିଛନ୍ତି । ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ ୨ ହଳ ଚପଲ ଥୁଆ ହୋଇଥିବା ବେଳେ ସେମାନଙ୍କ ପତ୍ତା ମିଳୁନି ।
ସୂଚାନାଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ୨ ଯୁବତୀ ଏକ ସ୍କୁଟିରେ ଆସି ବ୍ରିଜ ଉପରେ ପହଞ୍ଚିଥିଲେ । ଏହାପରେ ଚପଲ ରଖି ୨ଜଣ ପାଣିକୁ ଡ଼େଇଁ ପଡ଼ିଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଯୁବତୀଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚି ସେମାନେ ୨ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ଦେଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0