ଗଜପତି : ଗଜପତି ଜିଲ୍ଲାରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ଫଳରେ ପାହାଡ଼ ଧସି ରାସ୍ତା ଅବରୋଧ । ଗଜପତି ଜିଲ୍ଲା ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ଧସିଛି ପାହାଡ଼ ।। ପାରଳାଖେମୁଣ୍ଡି ଠାରୁ ଅଜୟଗଡ଼ର ମୂଖ୍ୟ ରାସ୍ତାରେ ପାହାଡ଼ ଧସି ପଡ଼ିଛି । ଫଳରେ ତିନୋଟି ପଞ୍ଚାୟତକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଛି । ଜରୁରୀ ପରିସ୍ଥିତିରେ ବାଇକ ଯୋଗେ କଷ୍ଟକର ରାସ୍ତା ଅତିକ୍ରମ କରୁଛନ୍ତି ଲୋକେ । ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାହାଡ଼ ଧସି ଜନଜୀବନ ପ୍ରଭାବିତ ହୋଇଛି। ତେବେ ଯଥା ଶୀଘ୍ର ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ପଥର ମାଟି ଅତଡା ସଫା କରିବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0