ଯାଜପୁର: ଯାଜପୁର ଜିଲ୍ଲାର କେରେଇ ଥାନା ଅନ୍ତର୍ଗତ ଧନତ୍ରୀ ଘାଟରୁ ଏହି ୨ଟି ନର କଙ୍କାଳ ଉଦ୍ଧାର ହୋଇଥିବା ଜଣାଯାଇଛି। ବନ୍ୟା ସମୟରେ ବୈତରଣୀ ନଦୀ କୂଳ ଦେଇ ଯାଉଥିବା ବେଳେ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀମାନେ ଧନତ୍ରୀ ଘାଟରୁ ୨ଟି ମଣିଷ କଙ୍କାଳକୁ ଉଦ୍ଧାର କରିଛନ୍ତି।
ତେବେ ଉଦ୍ଧାର ହୋଇଥିବା ନର କଙ୍କାଳ ୨ଟି ପୁରୁଷ କି ମହିଳାଙ୍କର ତାହା ସ୍ପଷ୍ଟ ହୋଇନାହିଁ। ପରୀକ୍ଷାଗାରରେ ପରୀକ୍ଷା ହେବା ପରେ ଏହା ସ୍ପଷ୍ଟ ହୋଇପାରିବ। ପୁଲିସର ପ୍ରାଥମିକ ତଦନ୍ତ ଆସିବା ପୂର୍ବର ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କୌଣସି ଏକ ସ୍ଥାନରେ ୨ ଜଣଙ୍କୁ ହତ୍ୟା କରି ମାଟି ଭିତରେ ପୋତି ଦିଆଯାଇଥାଇପାରେ। ଲଗାଣ ବର୍ଷା ପରେ ମାଟି ଧୋଇଯିବାରୁ ନର କଙ୍କାଳ ନଦୀ ଜଳରେ ଭାସିଯାଇ ଧନତ୍ରୀ ଘାଟରେ ଅଟକି ଥାଇପାରେ ବୋଲି ସନ୍ଦେହ କରାଯାଉଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0