ଖାଦ୍ୟ ମନ୍ତ୍ରଣାଳୟ ‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ଯୋଜନା ଅନ୍ତର୍ଗତ ରାସନ କାର୍ଡ ପୋର୍ଟାବଲିଟି ଲାଗୁ କରିବା ଅବଧି ମାର୍ଚ୍ଚ ୨୦୨୧ରୁ ଆଗକୁ ବଢ଼ାଇବାକୁ ବିଚାର କରୁଛନ୍ତି। ସାର୍ବଜନିକ ବିତରଣ ପ୍ରଣାଳୀରେ ଉନ୍ନତି ଆଣିବା ପାଇଁ ଅନୁଷ୍ଠିତ ବୈଠକରେ ଏନେଇ ଆଲୋଚନା ହୋଇଛି। ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକ ସାର୍ବଜନିକ ବିତରଣ ପ୍ରଣାଳୀର ସମୟ ସୀମାକୁ ବଢ଼ାଇବାକୁ ସମୀକ୍ଷା ଓ ମଞ୍ଜୁରୀ ପାଇଁ ଅନୁଷ୍ଠିତ ହୋଇଛି। ଏହି ପ୍ରବନ୍ଧନ ପ୍ରଣାଳୀ ଅନ୍ତର୍ଗତ ଏକ ରାଷ୍ଟ୍ର ଏକ ରାସନ୍ କାର୍ଡ ଯୋଜନା ଲାଗୁ କରାଯିବ। ପୂର୍ବରୁ ଏହାକୁ ମାର୍ଚ୍ଚ ୨୦୨୧ ଯାଏଁ ଲାଗୁ କରିବାକୁ ଘୋଷଣା କରାଯାଇଥିଲା। ମାତ୍ର ଏବେ ଏହାର ସମୟସୀମା ବଢ଼ାଇବା ଉପରେ କେନ୍ଦ୍ର ଗୁରୁତ୍ୱାରୋପ କରିଛି। ପୂର୍ବର ନିୟମ ଅନୁସାରେ ଯେଉଁ ଜିଲ୍ଲାର ରାସନ୍ କାର୍ଡ ତିଆରି ହୋଇଥାଏ ଉପଭୋକ୍ତା କେବଳ ସେହି ଜିଲ୍ଲାରୁ ହିଁ ଜିନିଷ ଆଣିପାରୁଥିଲେ। ଅନ୍ୟ ଜିଲ୍ଲାରୁ ଏହାର ଲାଭ ଉଠାଇ ହେଉନଥିଲା। କିନ୍ତୁ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଲାଗୁ ହେବା ପରେ ରାସନ୍ କାର୍ଡଧାରୀ କମ୍ ମୂଲ୍ୟରେ ଦେଶର ଯେକୌଣସି ଅଞ୍ଚଳରୁ ରାସନ୍ କିଣିପାରିବେ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0