ଭୁବନେଶ୍ୱର: ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ ଦାବିରେ ରାଜଧାନୀର ରାଜରାସ୍ତାରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କଲେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ର ଶତାଧୀକ ଛାତ୍ରଛାତ୍ରୀ। ଏହାପରେ ନବୀନ ନିବାସ ମୁହାଁ ହେବା ବେଳେ ମାଷ୍ଟର କ୍ୟାଣ୍ଟିନଠାରେ ପୁଲିସ୍ ସହ ମୁହାଁମୁହିଁ ହେଲେ ଛାତ୍ରଛାତ୍ରୀ । କିଛି ଦିନ ପୂର୍ବେ ମାଟ୍ରିକ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ରହିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ। କୋଭିଡ ସମୟରେ କଲେଜରେ ପାଦ ଥାପିଥିବା ଏହି ପିଲାଙ୍କର କରୋନା ଯୋଗୁ ପାଠପଢ଼ା ଖୁବ୍ ବାଧାପ୍ରାପ୍ତ ହୋଇଛି।
ଛାତ୍ରଛାତ୍ରୀ ମାନେ ପ୍ରଶ୍ନ କରିଛନ୍ତି ଯେ ,କୋଭିଡ ଥମିବା ପରେ ଗତ ବର୍ଷ ୫,୬ ମାସ ପାଇଁ କଲେଜ ଖୋଲିଥିବା ବେଳେ ୩ ମାସରେ ୩ଟି କ୍ୱାର୍ଟର ପରୀକ୍ଷା ହେଲା। ଅବଶିଷ୍ଟ ୩ ମାସ ପାଠ ପଢ଼ା ହୋଇଥିବା ବେଳେ ସେଥିରେ କ’ଣ ବର୍ଷକର ପାଠ ସରିଗଲା । ଯଦି ସରିଗଲା, ତେବେ ଗୋଟିଏ ଗୋଟିଏ ସେମିଷ୍ଟାର ପାଠପଢ଼ା ପାଇଁ କାହିଁକି ୬ ମାସ ଲାଗୁଛି । କୋଭିଡ କଟକଣାରେ ଯଦି ମଲ୍, ବାର୍ ଖୋଲିପାରୁଛି ତେବେ କଲେଜ ଖୋଲିଲେ ଅସୁବିଧା କ’ଣ । ଏ ଯାଏ କୋର୍ସ ଶେଷ ହୋଇନି। ତେଣୁ ପରୀକ୍ଷା କିପରି ହେବ ।
ଏହାବାଦ ଜଣେ ଛାତ୍ରୀ କହିଛନ୍ତି, ଆମର ୩ଟି କ୍ୱାର୍ଟର ପରୀକ୍ଷା ହୋଇଛି। ଆମକୁ ସେହି ଆଧାରରେ ମାର୍କ ଦିଆଯାଉ । ଯେଉଁମାନେ ସନ୍ତୁଷ୍ଟ ନାହାନ୍ତି ସେମାନେ ପରୀକ୍ଷା ଦେଇପାରନ୍ତି। ଯଦି ଅନଲାଇନ୍ କ୍ଲାସ କରିଛ, ତା’ ହେଲେ ପରୀକ୍ଷା କାହିଁକି ଅଫଲାଇନ୍।



Visitors Today : 2
Total Visitors : 130780
Total Views : 9900016
Visitors Online Now : 0