ଡେରାଡୁନ: କଂଗ୍ରେସ ର ବରିଷ୍ଠ ନେତାମାନେ ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ଜଣେ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହିକ୍ରମରେ ଉତ୍ତରାଖଣ୍ଡ କଂଗ୍ରେସରୁ ନିଲମ୍ବିତ ହୋଇଥିବା କିଶୋର ଉପାଧ୍ୟାୟ ଆଜି ବିଜେପିରେ ମିଶିଛନ୍ତି। ସେ ଏକଦା ଉତ୍ତରାଖଣ୍ଡ କଂଗ୍ରେସର ଅଧ୍ୟକ୍ଷ ଭାବେ କାମ କରୁଥିଲେ। କିନ୍ତୁ ଏବେ ସେ ବିଜେପିରେ ମିଶି ଉତ୍ତରାଖଣ୍ଡର ବିକାଶର ଗତିକୁ ଆଗକୁ ନେବେ ବୋଲି କହିଛନ୍ତି। ଦଳ ବିରୋଧୀ କାମ ପାଇଁ ବୁଧବାର ଶ୍ରୀ ଉପାଧ୍ୟାୟଙ୍କୁ କଂଗ୍ରେସ ନିଜର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ପାଇଁ ନିଲମ୍ବନ କରିଥିଲା। ଏହାର ଦିନକ ପରେ ସେ ବିଜେପିରେ ମିଶିଛନ୍ତି। ବିଜେପିରେ ମିଶିବା ପରେ ସେ କଂଗ୍ରେସକୁ ସମାଲୋଚନା କରିିଛନ୍ତି। ସେ କହିଛନ୍ତି, “ଉତ୍ତରାଖଣ୍ଡକୁ ବିକାଶ ଦିଗରେ ନେବା ପାଇଁ ମୁଁ ବିଜେପିରେ ମିଶିଛି
ଶ୍ରୀ ଉପାଧ୍ୟାୟ ଉତ୍ତରାଖଣ୍ଡ କଂଗ୍ରେସ ସଂଯୋଜକ କମିଟିର ଅଧ୍ୟକ୍ଷ, ରାଜ୍ୟ କଂଗ୍ରେସ କୋର କମିଟି ସଦସ୍ୟ ଓ ଉତ୍ତରାଖଣ୍ଡ କଂଗ୍ରେସ ପ୍ରଦେଶ ନିର୍ବାଚନ କମିଟିର ସଦସ୍ୟ ଭାବେ କାମ କରିଛନ୍ତି। ୨୦୧୪ରୁ ୨୦୧୭ ଯାଏ ସେ ଉତ୍ତରାଖଣ୍ଡ କଂଗ୍ରେସର ମୁଖ୍ୟ ମଧ୍ୟ ଥିଲେ। ୨୦୦୨ରୁ ୨୦୦୭ ଯାଏ ଶ୍ରୀ ଉପାଧ୍ୟାୟ କଂଗ୍ରେସର ତେହରି ବିଧାୟକ ଭାବେ କାର୍ୟ୍ୟ କରିବାର ଅଭିଜ୍ଞତା ରଖିଛନ୍ତି।
ଉପାଧ୍ୟାୟଙ୍କୁ କଂଗ୍ରେସର ସବୁ ପ୍ରକାରର କାମରୁ ବେଦଖଲ କରୁଥିବା ବୁଧବାର ଦଳର ଉତ୍ତରାଖଣ୍ଡ ଇନଚାର୍ଜ ଉପେନ୍ଦ୍ର ଯାଦବ ଗୋଟିଏ ଚିଠି ଲେଖି ତାଙ୍କୁ ଅବଗତ କରାଇଥିଲେ। ସେ ବିଜେପି ଓ ଅନ୍ୟ କିଛି ରାଜନୀତିକ ଦଳ ସହ ମିଶି କଂଗ୍ରେସ ବିରୋଧରେ କାମ କରୁଥିବା ଚିଠିରେ କୁହାଯାଇଥିଲା। ଯାଦବ ତାଙ୍କ ଚିଠିରେ ଲେଖିଥିଲେ ଯେ “ଆପଣ ବାରମ୍ବାର ତାଗିଦ ସତ୍ତ୍ୱେ ନିୟମିତ ଭାବେ ଦଳ ବିରୋଧୀ କାମରେ ଲିପ୍ତ ରହୁଛନ୍ତି। ଏଥିପାଇଁ ଆପଣଙ୍କୁ ୬ ବର୍ଷ ପାଇଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଉଛି। ଏହି ନିଲମ୍ବନ ଆଦେଶ ତତ୍କାଳ ଭାବେ ଲାଗୁ ହେଉଛି।”



Visitors Today : 4
Total Visitors : 130422
Total Views : 9891952
Visitors Online Now : 0