ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆଁ ଅନ୍ତର୍ଗତ କାନିଗାମ୍ରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ଦିନ କାନିଗାମ୍ ଅଞ୍ଚଳରେ ତଲାସ ଅଭିଯାନ ଚାଲିଥିବାବେଳେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ଏନକାଉଣ୍ଟରର ସୂତ୍ରପାତ ହୋଇଥିଲା। କଶ୍ମୀର ଜୋନ ପୁଲିସ କହିଛି, ନିରାପତ୍ତା ବଳ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ତଲାସ ଅଭିଯାନ ଚାଲୁଛି। କିନ୍ତୁ, ଗୁଳି ଚାଳନା ବନ୍ଦ ରହିଛି।ଏହି ଘଟଣାରେ ସେନାର ଦୁଇଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ସେ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ନିରାପତ୍ତା ବଳ ଦକ୍ଷିଣ କଶ୍ମୀରର ଶୋପିଆଁ ଅନ୍ତର୍ଗତ କାନିଗାମ ଅଞ୍ଚଳରେ ‘କର୍ଡନ୍ ଓ ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ଏନକାଉଣ୍ଟରରେ ନିହତ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଦୁଇତିନିଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0