ଭୁବନେଶ୍ୱର : ମହାମାରୀ କରୋନାର ନୂଆ ରୂପ ବ୍ରିଟେନରେ ଦେଖିବାକୁ ମିଳିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି। ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, କରୋନାର ନୂଆ ଷ୍ଟ୍ରେନ୍କୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ସଜାଗ ଅଛନ୍ତି। ବ୍ରିଟେନ୍ ଷ୍ଟ୍ରେନ୍ ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି କରାଯିବା ସହ ଆମେ ସଜାଗ ଅଛୁ। ବ୍ରିଟେନ୍ ଫେରନ୍ତାଙ୍କ RTPCR ଟେଷ୍ଟ ପାଇଁ ସବୁ ଏୟାରପୋର୍ଟକୁ କୁହାଯାଇଛି। ଯେଉଁ ପରିସ୍ଥିତି ଆସିବ, ତାକୁ ସାମ୍ନା କରିବାକୁ ସଜାଗ ଅଛୁ ବୋଲି ନବ ଦାସ କହିଛନ୍ତି।
ଗତକାଲି ବ୍ରିଟେନ୍ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନ୍ରୁ ଭୁବନେଶ୍ୱର ଫେରିଥିଲେ। ଏୟାରପୋର୍ଟରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ବାପା ଓ ମାଆଙ୍କର କୋଭିଡ୍ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ପିଲାର ପଜିଟିଭ୍ ଆସିଥିଲା। ସେମାନଙ୍କୁ ଇନ୍ଷ୍ଟିଚ୍ୟୁସନାଲ ଆଇସୋଲେସନରେ ରଖାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0