spot_img

ଆଉ ଚାଲିବନି ୨୦ ବର୍ଷର ପୁରୁଣା ଗାଡି

ନୂଆଦିଲ୍ଲୀ: ଆର୍ଥିକ ୨୦୨୧-୨୨ ବର୍ଷ ବଜେଟରେ ପୁରୁଣା ଗାଡିକୁ ନେଇ ବଡ ନିଷ୍ପତ୍ତି ନିଆଯାଇଛି । ୨୦ ବର୍ଷର ପୁରୁଣା ଗାଡି ଆଉ ରାସ୍ତାରେ ଚାଲି ପାରିବ ନାହିଁ । ଏହା ସହ ୧୫ ବର୍ଷର ପୁରୁଣା ବ୍ୟବସାୟିକ ଯାନକୁ ମଧ୍ୟ ହଟାଇ ଦିଆଯିବ । ଏନେଇ ଆଜି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ନୂଆ ସ୍କ୍ରାପ ନୀତି ଅନୁସାରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ନୂଆ ନୀତି ଯୋଗୁ ୧୦ ହଜାର କୋଟି ଟଙ୍କାର ନିବେଶ ବୃଦ୍ଧି ପାଇବ । ଏହା ସହ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular