spot_img

ଫେବୃୟାରୀ ୧୮ରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ ଅଧିବେଶନ

ଭୁବନେଶ୍ୱର:  ଫେବୃୟାରୀ ୧୮ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ବିଧାନସଭାରେ ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଚଳିତବର୍ଷର ବଜେଟ ଅଧବେଶନ ଆରମ୍ଭ ହୋଇ ୨୨ ତାରିଖରେ ଗୃହରେ ଉପସ୍ଥାପନା ହେବ ରାଜ୍ୟ ବଜେଟ ।

ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବଜେଟ ଆସିବାକୁ ଥିବାବେଳେ ମାର୍ଚ୍ଚ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ । ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ରାଜ୍ୟର ବ୍ୟୟ ମଞ୍ଜୁର ବିଲ ଆଗତ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular