କୋରାପୁଟ: କୋଭିଡ କେୟାର ହୋମରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ଛଟେଇକୁ ନେଇ ବଢୁଛି ଅସନ୍ତୋଷ । ଏକାଥରକେ ୨୦୦ ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ଛଟେଇ କରିଛି । ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଏମାନେ ନିଯୁକ୍ତି ପାଇଥିଲେ । କିନ୍ତୁ ରାଜ୍ୟ ସରାକାର କୋଭିଡ କେୟାର ହୋମ ବନ୍ଦ କରିବାକୁ ଘୋଷଣା କରିବା ପରେ ଏମାନେ ଚାକିରି ହରାଇଛନ୍ତି । ତେବେ ଚୁକ୍ତି ଅବଧି ପୂରିବା ପୂର୍ବରୁ ଛଟେଇ ହୋଇଥିବାରୁ ସ୍ୱାସ୍ଥ୍ୟ କର୍ମୀମାନେ ଏହାକୁ ବିରୋଧ କରିଛନ୍ତି । ନିଯୁକ୍ତିର ୨୨ ଦିନ ପରେ ଚାକିରୀରୁ ବାହାରକରିବାରୁ ଏମାନେ କୋରାପୁଟ ଜିଲ୍ଳାପାଳଙ୍କ ଅଫିସ ସାମ୍ନାରେ ପ୍ରତିବାଦ କରି ଥଇଥାନ ପାଇଁ ଦାବି କରିଛନ୍ତି । ଏପରିକି ଜିଲ୍ଳାପାଳଙ୍କୁ ଭେଟି ପୁନଃ ଥଇଥାନ ପାଇଁ ଦାବି କରିଥିଲେ ସୁଧା କିଛି ସୁଫଳ ମିଳିନଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0