ଦୁବାଇ: ଚଳିତ ବର୍ଷ ଆଇପିଏଲର ପ୍ରଥମ ଉଦଘାଟନୀ ମ୍ୟାଚ ଭାବରେ ଚେନ୍ନାଇ ବନାମ ମୁମ୍ବାଇ ଖେଳାଯାଇଥିଲା । ଏହି ମ୍ୟାଚରୁ ଚେନ୍ନାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିଲା । ଇତି ମଧ୍ୟରେ ଚେନ୍ନାଇ ଟିମର ଅଧିନାୟକ ଭାବେ ଧୋନି ନିଜର ୧୦୦ତମ ଆଇପିଏଲ ମ୍ୟାଚ ଜିତିଛନ୍ତି । ଏପରି ଏକ ବିରଳ ଇତିହାସ ରଚି ଅଧିନାୟକ ଧୋନିି ଏବେ ଚର୍ଚ୍ଚାରେ । ଅନ୍ୟପଟେ ତାଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ ଦଳ ୨୦୧୦, ୨୦୧୧ ଏବଂ ୨୦୧୮ ରେ ଆଇପିଏଲର ଟ୍ରଫି ନିଜ ନାମରେ କରିପାରିଥିଲା । ସୂଚନା ଅନୁସାରେ, ଧୋନି ଟି-୨୦ କ୍ରିକେଟରେ ୱିକେଟ କିପର ଭାବେ ୨୫୦ ଥର ଷ୍ଟମ୍ଫି କରିଥିବା ସହ ସହ ୧୦୦ରୁ ଅଧିକ କ୍ୟାଚ ଧରିପାରିଛନ୍ତି । ଧୋନୀ ଦୁନିଆର ଏକ ମାତ୍ର ଅଧିନାୟକ ଯିଏ ଆଇସିସିର ସବୁ ଟ୍ରଫି ନିଜ ନାଁରେ କରିପାରିଛନ୍ତି । । ଅନ୍ୟପଟେ ଏକ ଦିବସୀୟ ବିଶ୍ୱକପ, ଟି-୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଏକମାତ୍ର ଅଧିନାୟକ ଭାବେ ସାରା ବିଶ୍ୱରେ ରେକର୍ଡ଼ ସୃଷ୍ଟି କରିପାରଛନ୍ତି । ଅଧିନାୟକ ଭାବରେ ସେ ୩୩୨ ମ୍ୟାଚ୍ ଖେଳିଛନ୍ତି । ଏପରି ଅନେକ ବିରଳ ରେକର୍ଡ଼କୁ ନିଜ ନାମରେ କରିପାରଛନ୍ତି ଅଧିନାୟକ ଧୋନି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0