ଭୁବନେଶ୍ୱର:ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ୨୦୨୦-୨୧ ଶିକ୍ଷାବର୍ଷରେ ସ୍ନାତକୋତ୍ତର ନାମଲେଖା ପାଇଁ ସମୟ ସୂଚୀ ପ୍ରକାଶ କରିଛି। ଡିସେମ୍ବର ୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରମାନେ ୯ ତାରିଖ ପୂର୍ବାହ୍ନ ୧୧ଟାରୁ ୧୧ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମ ଲେଖାଇବେ । ସେପଟେ ୧୮ରୁ ୨୦ତାରିଖ ମଧ୍ୟରେ ମେଧା ତାଲିକା ନାମଲେଖା ହେବ। ୨୬ ତାରିଖରେ ତୃତୀୟ ମେଧା ତାଲିକା ପ୍ରକାଶ ପାଇବ । ୨୮ରୁ ୨୯ତାରିଖ ଅପରାହ୍ନ ୫ଟା ପର୍ୟ୍ୟନ୍ତ ନାମଲେଖା ହେବ। ଅନ୍ୟପକ୍ଷରେ ପିଜି ନାମଲେଖା ପାଇଁ ଏକ ଏସ୍ଓପି ମଧ୍ୟ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0