ରାଜ୍ୟରେ ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଲା । ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
୨୪ ଘଣ୍ଟାରେ ମୋଟ୍ ୨୨ ଜିଲ୍ଲାରୁ ଆଜି ଚିହ୍ନଟ ୨୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଥିବା ଜଣାଯାଇଛି।
COVID-19 REPORT FOR 29th JUNE
New positive Cases: 206
In quarantine: 192
Local contacts: 14(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 5
3. Bhadrak: 4
4. Bolangir: 16
5. Boudh: 1
6. Cuttack: 17— I & PR Department, Odisha (@IPR_Odisha) June 30, 2020
ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬, ଯାଜପୁର ଜିଲ୍ଲାରୁ ୨୮, କୋରାପୁଟ ଜିଲ୍ଲାରୁ ୧୮, କଟକ ଓ ଜଗତସିଂହପୁର ଜିଲ୍ଲାରୁ ୧୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଅନୁଗୁଳ ଜିଲ୍ଲାରୁ ୬, ବାଲେଶ୍ୱର ଜିଲ୍ଲାରୁ ୫, ଭଦ୍ରକ ଜିଲ୍ଲାରୁ ୪, ବଲାଙ୍ଗୀର ଜିଲ୍ଲାରୁ ୧୬, ବୌଦ୍ଧ ଜିଲ୍ଲାରୁ ୧, ଦେବଗଡ ଜିଲ୍ଲାରୁ ୧୫, ଢେଙ୍କାନାଳ ଜିଲ୍ଲାରୁ ୪, ଗଞ୍ଜାମ ଜିଲ୍ଲାରୁ ୩, ଯାଜପୁର ଜିଲ୍ଲାରୁ ୨୮, ଝାରସୁଗୁଡ଼ା ଜିଲ୍ଲାରୁ ୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪, କେନ୍ଦୁଝର ଜିଲ୍ଲାରୁ ୬, ଖୋର୍ଦ୍ଧା ଜିଲ୍ଲାରୁ ୭, ମୟୂରଭଞ୍ଜ ଜିଲ୍ଲାରୁ ୭, ନୟାଗଡ ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୪, ସୁନ୍ଦରଗଡ଼ ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0