spot_img

ହାତ ନଥାଇ ବି ଜବରଦସ୍ତ ପେଣ୍ଟିଂ କରୁଛନ୍ତି ଗୋକରଣ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

କୁହାଯାଏ ଯଦି କିଛି କାର୍ଯ୍ୟକୁ ମନଦେଇ କରାଯାଏ ତେବେ ସେହି କାର୍ଯ୍ୟରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ କାମ ଅଟକିଯିବ ନାହିଁ। ଏଭଳି ଏକ ଘଟଣା ଛତିଶଗଢରେ ରହୁଥିବା ଗୋକରଣ ପାଟିଲଙ୍କର ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଗୋକରଣଙ୍କର ଜନ୍ମରୁ ହିଁ ହାତ ନାହିଁ କିନ୍ତୁ ପିଲା ଦିନରୁ ପେଣ୍ଟିକରିବାର ରହିଛି ସୌକ୍ । ହାତ ନଥିବା କାରଣରୁ ସେ ତାଙ୍କର ଏହି ସ୍ୱପ୍ନକୁ ମଧ୍ୟ ଭାଙ୍ଗିବାକୁ ଦେଇନାହାନ୍ତି। ହାତ ନଥାଇ ବି ସେ ଏଭଳି ଚିତ୍ର ଆଙ୍କିଛନ୍ତି, ଯେଉଁଥିପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଛତିଶଗଢରେ ରହୁଥିବା ଗୋକରଣ କଠିନ ପରିଶ୍ରମ ଏବଂ ଦୃଢ ସଂକଳ୍ପର ସହ ନିଜ ପାଦ ବ୍ୟବହାର କରି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ନିଜର ଫଲୋର୍ସମାନଙ୍କ ପାଇଁ ମଧ୍ୟ ଗୋକରଣ ଚିତ୍ର କରିବାର ଭିଡିଓ ମଧ୍ୟ ସେୟାର କରିଛନ୍ତି।

paintପ୍ରିୟଙ୍କା ଶୁକ୍ଳାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ଗୋକରଣ ପାଟିଲ ପେଣ୍ଟିଂ କରୁଥିବାର ନଜର ଆସିଛନ୍ତି । ଗୋକରଣଙ୍କର କେବଳ ହାତ ନୁହେଁ ତାଙ୍କ କାନକୁ ମଧ୍ୟ ଶୁଣାଯାଇନଥାଏ । ତଥାପି ସେ ତାଙ୍କ ଜିବନରେ ହାର୍ ମାନିନାହାନ୍ତି । ଏନେଇ ଯେଉଁ ଲୋକମାନେ ଅଳ୍ପ ପରିଶ୍ରମ କରିବା ପରେ ଜୀବନରେ ହାର୍ ମାନିଯାଉଛନ୍ତି ସେମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଗୋକରଣ ।

ସୂଚନା ମୁତାବକ ପ୍ରିୟଙ୍କା ଶୁକ୍ଳାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ୩୮ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୪୦୦ରୁ ଅଧିକ ଲୋକ ରିଟ୍ୱିଟ ଏବଂ ୨ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି । ସୂଚନାଯୋଗ୍ୟ ଗୋକରଣ ପାଟିଲ ଜଣେ ଆର୍ଟିଷ୍ଟ ସହ କମ୍ପ୍ୟୁଟର ଆପ୍ଲିକେସନରେ ମଧ୍ୟ ଖୁବ୍ ଟ୍ରେଣ୍ଡ । ଏଥିସହ ସେ ଫାଇନ୍ ଆର୍ଟସରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏସବୁ ବ୍ୟତୀତ ସେ ନିଜର ପେଣ୍ଟିଂ ପାଇଁ ଛତିଶଗଢରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗୀତାରେ ଅନେକ ପ୍ରାଇଜ୍ ମଧ୍ୟ ହାସଲ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular