spot_img

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ୩ ଜଣଙ୍କ ନାଁରେ ଲାଞ୍ଚ ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ୩ ଜଣଙ୍କ ନାଁରେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂଙ୍କୁ ମହିଳା ଆୟୋଗର ସଦସ୍ୟ କରାଇବାକୁ ସ୍ମୃତି ଇରାନୀଙ୍କ ସମେତ ୩ ଜଣ ୨୫ ଲକ୍ଷ ଟଙ୍କା ଲାଂଚ ମାଗିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ବର୍ତ୍ତିକା ସିଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ତାଙ୍କ ସହାୟକ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ସେ ଏଭଳି ଅଭିଯୋଗ ମଧ୍ୟପ୍ରଦେଶର ‘ଏମପି- ଏମଏଲଏ କୋର୍ଟ’ରେ ଏଭଳି ଅଭିଯୋଗ କରିଛନ୍ତି । ବର୍ତ୍ତିକାଙ୍କ ଓକିଲଙ୍କ କହିବା ମୁତାବକ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ଜାନୁଆରୀ ୨୧ ତାରିଖକୁ ଦିନ ଧାର୍ୟ୍ୟ କରିଛନ୍ତି ।
ମୁତାବକ ୨୩ ନଭେମ୍ବର ଦିନ ଆମେଠି ଜିଲ୍ଲାର ମୁସାଫିରଖାନା ଥାନାରେ ବର୍ତ୍ତିକା ସିଂ ଓ କମଲ କିଶୋରଙ୍କ ନାମରେ ବିଜୟ କୁମାର ଗୁପ୍ତା ଏକ ମାମଲା ଦାୟର କରିଥିଲେ । ସେ ତାଙ୍କ ଅଭିଯୋଗରେ ଲେଖିଥିଲେ କି ଏକ ହସ୍ପିଟାଲ ନିର୍ମାଣକୁ ନେଇ ବିଜୟଙ୍କ ନାମରେ ବର୍ତ୍ତିକା କୁତ୍ସାରଟନା କରୁଛନ୍ତି । ଯାହାଦ୍ୱାରା ତାଙ୍କୁ ମାନସିକ ନିର୍ୟାତନା ମିଳୁଛି । ଏହା ସହ ବିଜୟ ଗୁପ୍ତା ଆହୁରି ଅଭିଯୋଗ କରିଛନ୍ତି କି ବର୍ତ୍ତିକା ସିଂ, କମଲ କିଶୋରଙ୍କ ସହ ଅନ୍ୟ କିଛି ଲୋକ ତାଙ୍କୁ ନେଇ ଷଡଯନ୍ତ୍ର ଚଳାଇଛନ୍ତି । ଏଭଳି ଅଭିଯୋଗ ପରେ ମୁସାଫିରଖାନା ଅଧିକାରୀ ବର୍ତ୍ତିକା ସିଂଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ଧାରା ୫୦୯ ରେ ମୋକଦ୍ଦମା ରୁଜୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular