ରାଜ୍ୟରେ ନଷ୍ଟ ହେଉଛି କରୋନା ଟିକା । ତାମିଲନାଡ଼ୁରେ ୨୫ ହଜାରରୁ ଅଧିକ କରୋନା ଡ଼ୋଜ ନଷ୍ଟ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଟିକା ନେବାକୁ ସ୍ୱାସ୍ଥ୍ୟକର୍ମୀ କିମ୍ବା ସମ୍ମୁଖ ଯୋଦ୍ଧା ଅଧିକ ଆଗ୍ରହ ଦେଖାଉନାହାନ୍ତି। ଫଳରେ ରାଜ୍ୟରେ ଟିକାର ଡୋଜ୍ ଗୁଡ଼ିକ ନଷ୍ଟ ହୋଇଥିବା ଜଣାପଡ଼ିଛି। ତଥାପି ରାଜ୍ୟରେ ଅଧିକ ବୟସ୍କ ଓ କରୋନାରେ ସଂକ୍ରମିତ ହେବାର ଆଶଙ୍କା ଥିବା ଲୋକମାନେ ଟିକାର ନେବାକୁ ଅପେକ୍ଷା କରିଛନ୍ତି ।ଅନ୍ୟପକ୍ଷରେ ବିଶେଷଜ୍ଞମାନେ ସାଧାରଣ ଲୋକଙ୍କର ଟିକାକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ବିଶେଷ କରି ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କୁ ଟିକା ଦିଆଯାଉ। ଏହା ଦ୍ୱାରା ଟିକାର ଡୋଜ୍ ନଷ୍ଟ ହେବନାହିଁ । ତାମିଲନାଡୁ ସରକାର କହିଛନ୍ତି, ଆମେ ସାଧାରଣ ଲୋକଙ୍କ ଟିକାକରଣ କରିବାକୁ ପ୍ରସ୍ତୁତ ରହିଛୁ। କେନ୍ଦ୍ର ସରକାର ଏହାର ଅନୁମତି ଦେବା ପରେ ଯାଇ ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ ହେବ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0