ବ୍ରହ୍ମପୁର: ରାଜ୍ୟର ସ୍ବର୍ଣ୍ଣାଭ ବେଳାଭୂମି ପୁରୀ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ବିଚର ମାନ୍ୟତା ମିଳିଛି। ରାଜ୍ୟର ଏକମାତ୍ର ବେଳାଭୂମି ଭାବେ ଏହି ମାନ୍ୟତା ପାଇଛି। ଗୋପାଳପୁର ନିକଟ ହରିପୁର ଏବଂ ଚିକିଟ ବ୍ଲକର ସୁନାପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ଢାଞ୍ଚାରେ ବିକାଶ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଉକ୍ତ ପ୍ରସ୍ତାବ କେନ୍ଦ୍ରରେ ବିଚାରାଧୀନ ରହିଥିବା ବେଳେ ରାଜ୍ୟ ସରକାର ଏକ ପାଦ ଆଗକୁ ଯାଇଛନ୍ତି। ହରିପୁର ଓ ସୁନାପୁର ବେଳାଭୂମିର ବିକାଶ ଲାଗି ପଦକ୍ଷେପ ନେଇଛନ୍ତି। ଏଥିଲାଗି ୨କୋଟି ୫୨ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଛି। ହରିପୁର ଲାଗି ୧ କୋଟି ୧୬ ଲକ୍ଷ ଏବଂ ସୁନାପୁର ପାଇଁ ୧ କୋଟି ୩୬ ଲକ୍ଷ ଟଙ୍କାର ଅଟ୍ଟକଳ ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ୟ୍ୟାୟରେ ଦୁଇ ବେଳାଭୂମି ଲାଗି ୧କୋଟି ୨୬ଲକ୍ଷ ମଞ୍ଜୁର ହୋଇଛି। ହରିପୁର ଲାଗି ୫୮ ଲକ୍ଷ ଏବଂ ସୁନାପୁର ପାଇଁ ୬୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଅନୁଦାନ ମିଳିବା ପରେ କାମ ଆରମ୍ଭ ହେବ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0