ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୨୫୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହି ୨୫୯୦ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୬୩୬୪କୁ ବୃଦ୍ଧି ଘଟିଛି । ସୁସ୍ଥ ହୋଇଥିବା ଏହି ୨୫୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୪୩୧ ଜଣ ରହିଥିବା ବେଳେ, ଖୋର୍ଦ୍ଧାରୁ ୩୮୬ ଜଣ, ମୟୁରଭଞ୍ଜରୁ ୨୦୨ ଜଣ, ଗଞ୍ଜାମରୁ ୧୪୨ ଜଣ, ରାୟଗଡ଼ାରୁ ୧୨୦ ଜଣ, କୋରାପୁଟରୁ ୧୦୮ ଜଣ, ପୁରୀରୁ ୧୦୫ ଜଣ, ଜଗତସଂହପୁରରୁ ୭୮ ଜଣ, ଭଦ୍ରକ ଓ ଯାଜପୁରରୁ ୭୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭୫ ଜଣ, ବରଗଡ଼ରୁ ୭୨ ଜଣ, ବାଲେଶ୍ୱର ଓ ସମ୍ବଲପୁରରୁ ୭୧ ଜଣ ଲେଖାଏଁ, କେଉଁଝରରୁ ୬୮ ଜଣ, ନୟାଗଡ଼ରୁ ୬୭ ଜଣ, ମାଲକାନାଗିରିରୁ ୬୧ ଜଣ, ଢେଙ୍କାନାଳରୁ ୫୯ ଜଣ, ନବରଙ୍ଗପୁରରୁ ୫୭ ଜଣ, ବଲାଙ୍ଗୀରିରୁ ୫୪ ଜଣ, ଝାରସୁଗୁଡ଼ାରୁ ୪୪ ଜଣ, ବୈଦ୍ଧରୁ ୩୪ ଜଣ, ସୋନପୁର ଓ ସୁନ୍ଦରଗଡ଼ରୁ ୩୦ ଜଣ ଲେଖାଏଁ, କଳାହାଣ୍ଡିରୁ ୨୪ ଜଣ, ଗଜପତିରୁ ୨୦ ଜଣ, କନ୍ଧମାଳରୁ ୧୦ ଜଣ, ନୂଆପଡ଼ାରୁ ୭ ଜଣ, ଅନୁଗୁଳରୁ ୬ ଜଣ, ଦେଓଗଡ଼ରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0