ନୂଆଦିଲ୍ଲୀ : ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ୧୦ଟି ରଷ୍ଟ୍ରାୟତ୍ତ ଟ୍ରେଡ଼ ୟୁନିୟନ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦ୍ରର ପବ୍ଲକ ସେକ୍ଟରକୁ ଘରୋଇକରଣ ଯୋଜନା ଓ ନୂଆ ଶ୍ରମ ଓ କୃଷି ଆଇନକୁ ବିରୋଧ କରି ଏହି ବନ୍ଦ ଡ଼ାକରା ଦିଆଯାଇଛି । କୃଷି ଆଇନ କୁ ନେଇ ନଭେମ୍ବର ୨୬ ଓ ୨୭ରେ ଆନେ୍ଦାଳନ କରିବେ ବୋଲି ନିଷ୍ପର୍ତି ନେଇଛନ୍ତି । ତେବେ ଆସନ୍ତା କାଲି ହେବାକୁ ଥିବା ଥିବା ଧର୍ମଘଟରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟି ଆସୋସିଏସନ୍ ସାମିଲ ହେବ । ଅନ୍ୟପକ୍ଷରେ ବାମଦଳ ଓ କଂଗ୍ରେସ କର୍ମୀମାନେ ଭାରତ ବନ୍ଦ ଡାକରା ସମର୍ଥନ ଜଣାଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଯୁନିୟନ ନେତା କହିଛନ୍ତି, ସମସ୍ତ ସେକ୍ଟରର କର୍ମୀମାନେ ଏହି ବନ୍ଦ ଡାକରାରେ ସାମିଲ ହେବେ। ଦେଶବ୍ୟାପୀ ଟ୍ରେଡ୍ ୟୁନିୟନ ପାଖାପାଖି ୨୫ କୋଟି ୱାର୍କର ବନ୍ଦରେ ସାମିଲ ହେବେ ବୋଲି ଆଶା କରାଯାଉଛି। ଜରୁରୀକାଳିନ ସେବାରେ ଥିବା ୱାର୍କରମାନେ ଧର୍ମଘଟରୁ ବାଦ୍ ରହିବେ। ଏହି ୧୦ ଟ୍ରେଡ୍ ୟୁନିୟନ, କର୍ମଚାରୀ ଛଡା ବ୍ୟାଙ୍କ୍, ରେଳ ଓ ରାଜ୍ୟ ଓ କେନ୍ଦ୍ରୀୟ ଅନୁଷ୍ଠାନ ଏହି ବନ୍ଦରେ ସାମିଲ ହେବେ। ଏହି ବନ୍ଦ ୨୫ ମଧ୍ୟ ରାତ୍ରରୁ ଆରମ୍ଭ ହୋଇ ୨୬ ମଧ୍ୟରାତ୍ର ପର୍ୟ୍ୟନ୍ତ ଚାଲିବ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0