ଭୁବନେଶ୍ୱର : ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ଵ।ସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି, ବିହାର ଭଳି ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଉ। ଅନ୍ୟ ରାଜ୍ୟ ପାଇଁ ୨ୟ ଏମ୍ସ ପ୍ରସ୍ତାବ ବିଚାରାଧୀନ ରହିଛି। ତେଣୁ ସ୍ଵ।ସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା କଥା ବିଚାର ହେଉ।

ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ରହିଛି । ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୧୦୦ MBBS ଛାତ୍ରଛାତ୍ରୀଙ୍କ ପଢ଼ିବା ନେଇ ଭିତ୍ତିଭୂମି ରହିଛି। ରାଜ୍ୟ ସରକାର ଓ NTPC ସହଭାଗିତାରେ ହସ୍ପିଟାଲ ନିର୍ମିତ କରାଯାଇଛି। ପ୍ରସ୍ତାବିତ ଭିତ୍ତିଭୂମି ଥିବା ଅଞ୍ଚଳକୁ ରେଲେଓ୍ୱ, ବିମାନ ସୁବିଧା ରହିଛି। ଏସବୁ ଭିତ୍ତିଭୂମି ଥିବା ଦର୍ଶାଇ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏହାଦ୍ୱାରା ସ୍ଥାନୀୟ ଆଦିବାସୀ ଓ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ ବୋଲି କହିଛନ୍ତି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0