ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ଭିତରୁ ୫ଜଣ କ୍ୱାରେଣ୍ଟାଇନ୍, ୧୦ଜଣ ଲୋକାଲ କଣ୍ଟାକ୍ଟ ଏବଂ ୨ଜଣ କୋଭିଡ୍ ଯୋଦ୍ଧା ସାମିଲ୍ ଅଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ ଛୁଇଁ ଥିବାବେଳେ ୨୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ୧୬୯ ଆକ୍ଟିଭ୍ କେସ୍ ରହିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଡୁମୁଡୁମା ସ୍ଥିତ ରଘୁନାଥପୁର ବସ୍ତିର ବୋଲି ଜଣାଯାଇଛି । ଏମଧ୍ୟରୁ ଜଣେ ୪୦ ବର୍ଷୀୟ ମହିଳା ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ୩୦ ବର୍ଷୀୟ ପୁରୁଷ । ଏମାନଙ୍କର ହଟସ୍ପଟ ଜିଲ୍ଲାକୁ ଯାତ୍ରା କରିଥିବା ନେଇ ରେକର୍ଡ ରହିଛି । ଏହା ବାଦ ପଟିଆ ଅଂଚଳର ଜଣେ ୬୩ ବର୍ଷୀୟ ପୁରୁଷ, ବିଜେବି ନଗର ଅଂଚଳର ଜଣେ ୨୩ ବର୍ଷୀୟ ଯୁବକ, ଅନ୍ଧାରୁଆ ଏରିଆର ଜଣେ ୪୦ ବର୍ଷୀୟ ମହିଳା, ଶତାବ୍ଦୀ ନଗରର ଜଣେ ୨୯ ବର୍ଷୀୟ ମହିଳାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।
ଘରୋଇ ହସ୍ପିଟାଲରେ ଜଣେ ୩୨ ବର୍ଷୀୟ ବ୍ୟକ୍ତି ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯେବେକି ଚକେଇସିଆଣୀର ଜଣେ ୬୭ ବର୍ଷୀୟ ବ୍ୟକ୍ତି, କେନ୍ଦ୍ରୀୟ ହସ୍ପିଟାଲରେ କାର୍ୟ୍ୟରତ ଦୁଇ ଯୁବକ, ଜୟଦେବ ବିହାରର ଜଣେ ୨୬ବର୍ଷୀୟ ଯୁବକ, ଚନ୍ଦ୍ରଶେଖରପୁର ଅଂଚଳର ଜଣେ ୨୨ ବର୍ଷୀୟ ଯୁବକ, ପଟିଆର ଜଣେ ୬୫ ବର୍ଷୀୟ ମହିଳା ଓ ୩ ବର୍ଷର ଶିଶୁଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ବାଦ ଏମଏଲଏ କଲୋନୀର ବି ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏସବୁ ବାଦ କୋଭିଡ ହସ୍ପିଟାଲରେ କାର୍ୟ୍ୟରତ ୨୬ ବର୍ଷୀୟ ଓ ୩୫ ବର୍ଷୀୟ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0