୨୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ୨୮ ଦିିନ ପର୍ଯ୍ୟନ୍ତ ନୋଟ୍, ମୋବାଇଲ ସ୍କ୍ରିନ, ଗ୍ଲାସ, ଷ୍ଟିଲ୍ ଏବଂ ମାଟିରେ ବଂଚି ରହୁଛି କରୋନା ଭାଇରସ । କରୋନା ଭାଇରସକୁ ନେଇ ଏଭଲି କହିିଛନ୍ତି ଅଷ୍ଟ୍ରେଲିଆର ବିଶେଷଜ୍ଞ । ସେମାନେ ଆହୁରି ମଧ୍ୟ କହିଛନ୍ତିି ଯେ ଫ୍ଲୁ ଭାଇରସ୍ ଅପେକ୍ଷା କରୋନା ଭାଇରସ୍ ଅଧିକ ସମୟ ସକ୍ରିୟ ରହୁଛି । ଇନଫ୍ଲୁଏନସଜା-ଏ ଭାଇରସ୍ ୧୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରହୁଥିବା ବେଳେ କରୋନା ଭାଇରସ ସକ୍ରିୟ ରହୁଛି ୨୦ ଦିନ । ତାପମାତ୍ରା ଯେତେ ଅଧିକ ହୋଇଥାଏ କରୋନା ଭାଇରସ ସକ୍ରିୟ ରହିବା ସମ୍ଭାବନା ସେତେ କମ ହୋଇଥାଏ । ତେବେ କରୋନା ଭାଇରସ୍୍ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବାରମ୍ବାର ହାତ ଧୋଇବା ସହ ଘରକୁ ସଫାସୁତରା ରଖିବାକୁ ଅଷ୍ଟ୍ରେଲିଆର ନ୍ୟାସନାଲ ସାଇନ୍ସ ଏଜେନ୍୍ସିର ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0