ନୂଆଦିଲ୍ଲୀ: ଭାରତ ସରକାର ଆଜି ସମସ୍ତ ରାଜ୍ୟ ଗୁଡିକୁ ବିନା ସୁଧରେ ରୁଣ ଦେବାର ଘୋଷଣା କରିଛନ୍ତି । ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ଗୁଡିକୁ ଆଗାମୀ ୫୦ ବର୍ଷ ପାଇଁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସ୍ଫଷ୍ଟ କରିଛନ୍ତି । ସୂଚନା ଅନୁସାରେ, ରାଜ୍ୟ ଗୁଡିକୁ ମୋଟ ୧୨ ହଜାର କୋଟି ଟଙ୍କାର ସୁଧ ମୁକ୍ତ ଋଣ ଦିଆଯାଉଛି । ତେବେ ଏହାକୁ ଫେରାଇବା ପାଇଁ ୫୦ ବର୍ଷର ସମୟ ଅବଧି ମିଳିଛି । ଭାରତୀୟ ସରକାରଙ୍କ ଅନୁଯାୟୀ ଏହି ଫଣ୍ଡର ପ୍ରଥମ କିସ୍ତିରେ ୨୫୦୦ କୋଟି ଟଙ୍କା ଦିଆଯିବ। ମାତ୍ର ଏଥିରୁ ୧୬୦୦ କୋଟି ଟଙ୍କା ପୂର୍ବୋତ୍ତର ରାଜ୍ୟଗୁଡିକୁ ଦିଆଯିବ । ଏହି ୧୬୦୦ କୋଟି ଟଙ୍କା ପୂର୍ବୋତ୍ତରର ୮ ରାଜ୍ୟକୁ ମିଳିବ । ବାକି ୯୦୦ କୋଟି ଟଙ୍କା ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶକୁ ଦିଆଯିବ । ସେହିପରି ଦେଶର ଅନ୍ୟ ବାକି ରାଜ୍ୟକୁ ଦ୍ଵିତୀୟ ପର୍ୟ୍ୟାୟ ଆଧାରରେ ୭୫୦୦ କୋଟି ଟଙ୍କା ଦିଆଯିବ। ଏହି ଟଙ୍କାକୁ ଅର୍ଥ ଆୟୋଗ ଅନୁଯାୟୀ ରାଜ୍ୟଗୁଡିକର ଭାଗିଦାରୀ ଅନୁସାରେ ବଣ୍ଟାଯିବ। କେନ୍ଦ୍ର ସରକାର ୫୦ ବର୍ଷ ପାଇଁ ୧୨୦୦୦ କୋଟି ଟଙ୍କାର ଯେଉଁ ଋଣ ପ୍ରଦାନ କରିବ ଏଥିରେ ପ୍ରଥମ ଓ ଦ୍ଵିତୀୟ ପର୍ୟ୍ୟାୟ ସୁଧ ମୁକ୍ତ ରହିବ। କିନ୍ତୁ ଏହି ଅର୍ଥକୁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ କରିବାକୁ ପଡିବ। ଏହାର ୫୦ ପ୍ରତିଶତ ପ୍ରଥମେ ଦିଆଯିବ। ଏହି ଟଙ୍କା ଖର୍ଚ୍ଚ ହେବା ପରେ ଯାଇ ହିଁ ବାକି ୫୦ ପ୍ରତିଶତ ମିଳିବ। କ୍ୟାପିଟାକ ଏକ୍ସପେଣ୍ଡିଚରର ତୃତୀୟ ପର୍ୟ୍ୟାୟ ଆଧାରରେ ଋଣ ସେହି ରାଜ୍ୟଗୁଡିକୁ ଯୋଗାଇ ଦିଆଯିବ ଯେଉଁମାନେ ଆତ୍ମ ନିର୍ଭର ଫିସ୍କଲ ଡିଫେସିଟ୍ ପ୍ୟାକେଜ୍ର ୪ ରିଫର୍ମ ମଧ୍ୟରୁ ୩ ସର୍ତ୍ତ ପୂରଣ କରୁଥିବେ। ଏହି ସର୍ତ୍ତ ପୂରଣ କରୁଥିବା ରାଜ୍ୟକୁ ତୃତୀୟ ପର୍ୟ୍ୟାୟରେ ୨୦୦୦ କୋଟି ଟଙ୍କା ଦିଆଯିବାର ବୋଲି ସୂଚନା ମିଳିଛି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0