କାକଟପୁର: କାକଟପୁରରେ ଦିନକୁ ଦିନ ବଢ଼ିଚାଲିଛି ଧଳାଜହର କାରବାର । କାକଟପୁର ଥାନା ଅନ୍ତର୍ଗତ ସୋମନାଥପୁର ପେଟ୍ରୋଲ ପମ୍ପ ନିକଟରୁ ୨୯୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଘଟଣାର ୬ଜଣଙ୍କୁ ଗିରଫ କରିଛି କାକଟପୁର ପୋଲିସ । ଏଥି ସହିତ ଅଭିଯୁକ୍ତଙ୍କ ନିକଟରୁ ତିନୋଟି ପଲସର, ତିନୋଟି ମୋବାଇଲ ଫୋନ ଜବତ ହୋଇଛି । ଏନେଇ କାକଟପୁର ଥାନାରେ କେସ ନଂ ୨୧୫/୨୦୨୦ ମାମଲା ରୁଜୁ ହୋଇଛି । ତେବେ ଅଭିଯୁକ୍ତ ୬ଜଣ ହେଲେ ମୁନା, ରୋଶନ, ପିଣ୍ଟୁ, କାଳୁ,ମଙ୍ଗୁ, ଓ ଦେବ, । ସେଥିମଧ୍ୟରୁ ଦୁଇଜଣଙ୍କ ଘର ବାଲେଶ୍ୱର ହୋଇଥିବା ବେଳେ , ଅନ୍ୟ ଜଣକ ଘର ପୁରୀ ଜିଲ୍ଲାରେ । ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ ମଙ୍ଗୁ ମହାନ୍ତି ଙ୍କୁ ଧରିଛି କାକଟପୁର ଥାନା ପୋଲିସ । ଏଥିସହିତ ପୋସିଲ ଏକ ବୁଲେଟ ଓ ଫୋନ ମଧ୍ୟ ଜବତ କରିଛି ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0