କୋଲକାତା: ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ଥିବା ବେଳେ ଏବେଠାରୁ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜିତିବାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏ ମଧ୍ୟରେ ଟିଏମସିର ଅନେକ ନେତା ବିଜେପିରେ ଯୋଗ ଦେଇଥିବା ବେଳେ ବିଜେପି ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ଟିଏମସିରେ ଯୋଗ ଦେବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୁଜାତା ବିଜେପି ଛାଡି ଆଜି ଟିଏମସିରେ ଯୋଗ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ପତ୍ନୀ ଟିଏମସିରେ ଯୋଗ ଦେବା ପରେ ବିଜେପି ସାଂସଦ ସୌମିତ୍ର ଖାନ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ମନସ୍ତ କରିଥିବା ଜଣାପଡ଼ିଛି। ଟିଏମସିରେ ଯୋଗଦେବା ପରେ ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜତା ମଣ୍ଡଳ କହିଛନ୍ତି ଯେ, ମୁଁ ତପଶିଲ ଜନଜାତିର ଜଣେ ଦଲିତ ମହିଳା। ମୁଁ ବିଜେପି ଏବଂ ମୋ ସ୍ୱାମୀ ପାଇଁ ଲଢ଼େଇ ଲଢ଼ିଥିଲି। ଆମେ ଟିକେଟ ପାଇ ଲୋକସଭା ନିର୍ବାଚନ ଜିତିଲୁ। କିନ୍ତୁ ଏବେ ମୁଁ ଭାବୁଛି ବର୍ତ୍ତମାନ କେବଳ ସୁବିଧାବାଦୀମାନଙ୍କୁ ବିଜେପିରେ ସ୍ଥାନ ମିଳୁଛି। ଆମେ ଦଳ ପାଇଁ ସେତେବେଳେ ଛିଡା ହୋଇଥିଲୁ ଯେତେବେଳେ ଆମେ ଜାଣି ନଥିଲୁ ଯେ ବିଜେପି ୧୮ଟି ଆସନ ଜିତିବ। ଆମେ ଜନସାଧାରଣଙ୍କ ସହଯୋଗରେ ନିର୍ବାଚନ ଲଢ଼ି ବିଜୟ ହାସଲ କଲୁ ଜ୍ଝ ସବୁ ପରେ ମଧ୍ୟ ବିଜେପିରେ ମୋତେ ସମ୍ମାନ ମିଳୁନଥିଲା। କୌଣସି ସୁରକ୍ଷା ଦିଆଯାଇନଥିବା ସହ ଆମେ ନିଜ ଜୀବନକୁ ବାଜି ଲଗାଇ ନିର୍ବାଚନ ଲଢ଼ିଥିଲୁ। କିନ୍ତୁ ସେତିକି ସମ୍ମାନ ମୋତେ ବିଜେପି ଦେଲା ନାହିଁ। ଏବେ ଆମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବୁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0