spot_img

ଯୁକ୍ତ ତିନି ନାମଲେଖା ଅବଧି ବଢିଲା

ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ଅବଧି ବଢିଲା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷ ମାନଙ୍କୁ ସୂଚନା ଦିଆଯାଇଛି । ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ପ୍ରଥମ ଚୟନ ମେରିଟ ତାଲିକାରେ ମନୋନୀତ ଛାତ୍ରମାନଙ୍କ ତଥ୍ୟର ଅନଲାଇନ ଅପଡେଟର ତାରିଖ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୬ ତାରିଖକୁ ବୃଦ୍ଧି କରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ ତାଲିକା ଅକ୍ଟୋବର ୧୩ ତାରିଖରେ ପ୍ରକାଶ ପାଇବ । ଅକ୍ଟୋବର ୧୩ରୁ ୧୬ ତାରିଖ ଯାଏଁ ଛାତ୍ର ମାନଙ୍କ ଦ୍ୱାରା ଆଡମିଶନ ଫି ର ଅନଲାଇନ ଜମା କରାଯିବ । ଏହି ସମୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ତାଲିକାରେ ଆଡମିଶନ ନେଇଥିବା ଛାତ ଛାତ୍ର ଛାତ୍ରୀଙ୍କ ଅନଲାଇନ ଆଡମିଶନ ଡାଟା ଅପଡେଟ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular