spot_img

ନୂଆ ରୂପରେ ଆସୁଛି ଶକ୍ତିମାନ

ମୁମ୍ବାଇ: ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ପୁଣି ଏବେ ଚର୍ଚ୍ଚାରେ । ୯୦ ଦଶକର ଲୋକପ୍ରିୟ ଅଭିନେତା ମୁକେଶ ଖାନ୍ନା ତାଙ୍କର ସିରିୟଲ ପାଇଁ ଛୋଟ ପିଲାଙ୍କ ଠାରୁ ନେଇ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପରିଚିତ ଥିଲେ । ସେ ତାଙ୍କ ପୁରୁଣା ସିରିୟଲକୁ ପୁଣିଥରେ ନିର୍ମାଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ତାହା ସହ ବଲିଉଡ଼ରେ ଅଧିକ ବଜେଟର ଫିଲ୍ମ ରା-ୱାନ ଓ କ୍ରିସକୁ ଏହା ପଛରେ ପକାଇବ ବୋଲି ସେ ଆଶା ବାନ୍ଧିଛନ୍ତି । ଅନ୍ୟପଟେ ଆସନ୍ତା ବର୍ଷ ପ୍ରଥମ ସପ୍ତାହରୁ ହିଁ ଏହି ଫିଲ୍ମ ସିରିଜର ନିର୍ମାଣ ଆରମ୍ଭ ହେବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular