ଦିଗପହଣ୍ଡି: କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଗତ ଜୁନ ମାସରେ ନୂଆ କୃଷି ଆଇନ ସମ୍ପର୍କିତ ୩ ଟି ଅଧ୍ୟାଦେଶ ଆଣିଥିଲେ। ଏହି ଆଇନ ଦେଶ ଏବଂ ଦେଶ ବାହାରର ଶିଳ୍ପପତିଙ୍କ ସ୍ବାର୍ଥରେ ଅଣାଯାଇଛି । ଏହି ୩ଟି କୃଷି ଆଇନ ଦ୍ୱାରା ଦେଶର ଚାଷୀ ଓ ଚାଷର ସର୍ବନାଶ ହେବ ବୋଲି କହିଛନ୍ତି ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର । ସିପିଆଇ ସମର୍ଥିତ ଅଖିଳ ଭାରତ କୃଷକ ସଭା ବଡ଼ ଖେମୁଣ୍ଡି ଆଞ୍ଚଳିକ କମିଟି ପକ୍ଷରୁ ଶୁକ୍ରବାର ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନରେ ଉଦ୍ବୋଧନ ଦେଇ ଏହା କହିଥିଲେ ଶ୍ରୀ ପାତ୍ର । ଶୁକ୍ରବାର ଅନୁଷ୍ଠିତ ପ୍ରତିବାଦ ସଭାରେ କେନ୍ଦ୍ର ସରକାରଙ୍କ ସାମଗ୍ରିକ ବିଫଳତାକୁ ଉପସ୍ଥିତ ଦଳୀୟ ନେତୃବୃନ୍ଦ ତୀବ୍ର ସମାଲୋଚନା କରିଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0