ଉମରକୋଟ : ଉମରକୋଟ ପୋଲିସ ଦ୍ୱାରା ଗଂଜେଇ ଜବତ । ପୁରୁଣା ବସଷ୍ଟାଣ୍ଡ ନିକଟରୁ ୨ଟି ଡ୍ରମ ଓ ୨ଟି ସୁଟକେସରୁ ଗଂଜେଇ ଜବତ କରିଛି ପୋଲିସ । ଯାହାର ଓଜନ ୬୧ କିଲୋଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ । ଯାହାର ସୁଚନା ଦେଇଛନ୍ତି ବୋଲିସ ଉପଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢୀ । ଏହି ଗଂଜେଇ ଏକ ଘୋରଇ ବସରେ ଛତିଶଗଡ଼ ଚାଲାଣ ପାଇଁ ଯୋଜନା ହେଉଥିବା ଅନୁମାନ କରିଛି ପୋଲିସ । ଭୋର ସକାଳୁ ରାଇପୁରରୁ ଜୟପୁର ଯାଉଥିବା ଘୋରଇ ବସରେ ସାମଗ୍ରୀ ଓହ୍ଲାଇବାକୁ ନେଇ ଖଲାସୀ ଏବଂ ବସ ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ ଉପଖଣ୍ଡ ଅଧିକାରୀ ହେମନ୍ତ କୁମାର ପାଢୀଙ୍କୁ ଫୋନ ଯୋଗେ ଜଣାଯାଇଥିଲା । ପରେ ପୋଲିସ ଦଳ ବସଷ୍ଟାଣ୍ଡ ନିକଟରେ ପହଂଚିଥିଲେ । ପରେ ଗଂଚେଇକୁ ଜବତ କରି ଉମରକୋଟ ଥାନାରେ ଏକ ମାମଲା ରୁଜୁ କରିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0