ଆସକା: ଟିଣ ବାକ୍ସରୁ ଥିଲା ୩୦ କ୍ୱିଣ୍ଟାଲ ଗଞ୍ଜେଇ। ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୁଲିସ କୃଷ୍ଣପୁର ଗାଁରୁ ଆସିଛି ଏପରି ଖବର। ପୁଲିସ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କୃଷ୍ଣପୁର ଗାଁରେ ଗଞ୍ଜେଇ ଗଚ୍ଛିତ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ପୁଲିସ ଓ ଅବକାରୀ ଟିମ ମିଳିତ ଭାବେ ଗତକାଲି ଉକ୍ତ ଗାଁରେ ୬ଟି ଘରେ ଚଢ଼ଉ କରି ଟିଣ ବାକ୍ସରେ ଗଚ୍ଛିତ ଥିବା ୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ଚଢ଼ଉ ସମୟରେ ଘରଲୋକ ଫେରାର ହୋଇଯାଇଥିଲେ। ପାଟପୁର ଥାନାରେ ଏନେଇ ଏକ ମମାଲ ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି। ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ୟ୍ୟମଣି ପ୍ରଧାନ ନେତୃତ୍ୱରେ ପୁଲିସ ଏସଆଇଟି ଟିମ ସହ ପାଟପୁର, ଆସିକା, ଶେରଗଡ଼, ସୋରଡ଼ା ଥାନା ପୁଲିସ ଏବଂ ବ୍ରହ୍ମପୁର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲା।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0