spot_img

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ମୃତ୍ୟୁ

ବ୍ରହ୍ମଗିରି ବ୍ରହ୍ମଗିରିରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାନବନ୍ଧକେରାର ରବି ନାୟକ ।

ସୂଚନାଯୋଗ୍ୟ ଯେ, ରବି ଅରଖକୁଦା ମେରାଇନ ଥାନା ଅନ୍ତର୍ଗତ ବେତଗୋରଡି ଜଙ୍ଗଲରେ ଏକ ବଗିଚାରେ ପରିବାର ସହ ରହୁଥିଲେ । ମଙ୍ଗଳବାର ଫସଲ ଖାଇବାକୁ ଆସିଥିବା ଗାଈକୁ ଘଉଡାଇବା ବେଳେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ବାରହା ଶିକାର ପାଇଁ କିଏ ତାର ବିଛାଇଥିଲା ଏ ପର୍ଯ୍ୟନ୍ତ ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular