spot_img

ଆସନ୍ତା ୩ରେ ରାଜ୍ୟରେ ପ୍ରବଳ ବର୍ଷିବ

ଆସନ୍ତା ସପ୍ତାହରେ ରାଜ୍ୟରେ ଭୀଷଣ ବର୍ଷା ହେବ । ଏହାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷିବ । କାରଣ ୪ ତାରିଖରେ ଓଡିଶାରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ମୈାସୁମୀ ଟ୍ରାଫ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ହୋଇଛି । ରାଜ୍ୟରେ ବର୍ଷା ଚାଷ ପ୍ରତି ଭୟଙ୍କର ବିପଦ ଆଶଙ୍କା ରହିଛି । ତେବେ ଆସନ୍ତା ୪ ତାରିଖ ଦିନ ଓଡିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ୨୪ ଘଣ୍ଟା ପରେ ପଶ୍ଚିମ ଆଡେ ସ୍ଥଳ ଭାଗକୁ ଗତି କରିବ । ଫଳରେ ୫ ତାରିଖରେ ଓଡିଶା, ଛତିଶଗଡ, ଏବଂ ସଂଲଗ୍ନ ପୂର୍ବ ମହାରାଷ୍ଟ୍ର ଉପରେ ଲଘୁଚାପ ସୃଷ୍ଟି ହେବ । ଏହା ଫଳରେ ରାଜ୍ୟରେ ୩ ତାରିଖରୁ ବର୍ଷା ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉପକୂଳ ଅଞ୍ଚଳରେ ୩ରୁ ୫ ତାରିଖ ଓ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୬ ତରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହା ପରେ ଆସନ୍ତା ୫ ତାରିଖରୂ ରାଜ୍ୟରେ ପୁଣି ପ୍ରବଳ ବର୍ଷା ହୋଇପରେ ବୋଲି ଆଶଙ୍କା ରଖାଯାଇଛି । ଯାହା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କେତେକ ଅଞ୍ଚଳରେ କମ୍ ବର୍ଷା ହୋଇଥିବା ବେଳେ ଉତ୍ତର ଉପକୂଳ ଭଦ୍ରକ ଓ ବାଲେଶ୍ୱରରେ ସବୁଠାରୁ କମ୍ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular