spot_img

୩ ଦିନ ସଟଡ଼ାଉନ ରହିବ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ

ବରଗଡ଼: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ଜିଲ୍ଲପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇରହିଛି । ଏହିପ୍ରରିପେକ୍ଷୀରେ ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ବରଗଡ଼ ଜିଲ୍ଲାରୁ ମଧ୍ୟ ୧୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାପରେ ଜିଲ୍ଲାପାଳଙ୍କ ଅଫିସକୁ ୭୨ଘଣ୍ଟା ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି ।

ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାପରେ ଆକ୍ସନମୋଡରେ ଆସିଛି ଜିଲ୍ଲା ପ୍ରଶାସନ । ତୁରନ୍ତ ବରଗଡ଼ ଜିଲ୍ଲାପାଳ ଅଫିସକୁ ୭୨ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାପାଳ ୨୮ ତାରିଖରୁ ୩୦ତାରିଖ ଯାଏଁ ସଟଡ଼ାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି । ଏହି କଟକଣା ସମୟରେ ଜିଲ୍ଲାପାଳଙ୍କ ଅଫିସକୁ ସାନିଟାଇଜ କରାଯିବା ସହ ଅନେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular