ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ସିଙ୍ଗାରୀ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଆଜି ସିଙ୍ଗାରୀ ଗ୍ରାମ ନିକଟ ୫୭ ନଂ ଜାତୀୟ ରାଜପଥ ଉପରେ ଏକ ବାଇକ ଉପରେ ଚଢିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଜୁରାମୁଣ୍ଡା ଗ୍ରାମର ସୁଧିର ଦାସ ଏବଂ ତାଙ୍କ ୫ ବର୍ଷୀୟ ପୁତ୍ର । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସେପଟେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଟ୍ରକ ତାଳସରଡା ନିକଟରେ ଆଉ ଏକ ଇଣ୍ଡିକା ଗାଡିକୁ ଧକ୍କା ଦେଇଥିଲା । ତେବେ ସାହାଜପାଲରେ ତାକୁ ଅଟକ ରଖାଯାଇଥିବା ସୂଚନା ରହିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0