ଲଣ୍ଡନ: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି । ତେବେ ଏହି ଟି-୨୦ ମ୍ୟାଚ ଅହମ୍ମଦାବାଦରେ ମାର୍ଚ୍ଚ ୧୨ରୁ ୨୦ ମଧ୍ୟରେ ହେବ । ଏଥିରେ ସିନିୟର ୱିକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଓ ଜନି ବେୟାଷ୍ଟୋ ସ୍ଥାନ ପାଇଛନ୍ତି । ଅନ୍ୟପଟେ ଇଂଲଣ୍ଡର ରୋଟେଶନ ନୀତି ଅନୁସାରେ ବେୟାରଷ୍ଟୋଙ୍କୁ ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ବିଶ୍ରାମ ଦିଆଯାଇଛି । ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପରକିଙ୍ଗସ ଅଲରାଉଣ୍ଡର ସାମ କୁରାନଙ୍କୁ ଟେଷ୍ଟ ସିରିଜରୁ ବିଶ୍ରାମ ଦିଆଯାଇଥିଲା । ତାଙ୍କୁ ଇଂଲଣ୍ଡ ଟି-୨୦ ଦଳରେ ନିଆଯାଇଛି । ତାଙ୍କ ସହ ଜୋଫ୍ରା ଆର୍ଚର ମଧ୍ୟ ଉପଲବ୍ଧ ହେବେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0