spot_img

ବୃତ୍ତଙ୍ଗ ନଦୀରେ ଗାଧାଉଥିବାବେଳେ ଭାସିଗଲେ ୩ ଝିଅ

ନୟାଗଡ : ଲଗାଣ ବର୍ଷାରେ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ନଦୀରେ ଗାଧାଉଥିବାବେଳେ ଭାସିଯାଇଥିଲା ୩ ଝିଅ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ।

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ବୁରୁସାହି ନିକଟରେ ବୃତ୍ତଙ୍ଗ ନଦୀରେ ଗାଧାଉଥିବା ବେଳେ ଭାସିଗଲେ ୩ ଜଣ ଝିଅ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । ଅନ୍ୟ ଜଣେ ନିଖୋଜ ଅଛନ୍ତି । ନିଖୋଜ ନାବାଳିକା ହେଲେ ୧୪ ବର୍ଷର ଖୁସି ମାଝି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular