ରାଉରକେଲା : ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ସଂକ୍ରମିତ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ଭାବେ ଆଇସୋଲେସନରେ ରଖା ଯାଇଛି । NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆହୁରି ନ ବ୍ୟାପିବ ସେ ନେଇ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୩ ଦିନ ହେଲା କୋରନା ପଜିଟିଭଙ୍କ ସଂଖ୍ୟା ୨୦ ଉପରେ ରହିଥିବାବେଳେ ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୭ କୋରନା ପଜିଟିଭ ବାହାରିଛନ୍ତି ଓ ରାଉରକେଲା ରେଳ ଷ୍ଟେସନରେ ମଧ୍ୟ ରେଳ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଯାଞ୍ଚ କରୁଥିବାବେଳେ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0