ଜାମ୍ମୁକାଶ୍ମୀର: ଗରୁବାର ଦିନ ଜାମ୍ମୁକାଶ୍ମୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଶ୍ରୀନଗର ସ୍ଥିତ ବଟମାଲୋରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ଏବଂ ଏହି ଗୁଳିବିନମୟରେ ୩ ଆତଙ୍କବାଦୀ ନିହତ ହୋଇଥିବା ବେଳେ କୌଣସି ସୁରକ୍ଷାକର୍ମୀ ଆହତ ହୋଇନଥିବା ସୂଚନା ମିଳିଛି । ବୋଟମାଲାର କିଛି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେଠାରେ ପୁଲିସ ଓ ସୁରକ୍ଷାବଳଙ୍କ ମିଳିତ ସହଯୋଗରେ ସର୍ଚ୍ଚ ଅପରେଶନ କରାଯାଇଥିôଲା । ପ୍ରଥମେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିିମୟ ହୋଇଥିଲା । ସୁରକ୍ଷାବଳଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତାହା ସହିତ ସେହି ସ୍ଥାନରେ ଏବେ ମଧ୍ୟ ସର୍ଚ୍ଚ ଅପରେଶନ ଜାରି ରହିଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0