spot_img

ପୁଲୱାମା ଗୁଳି ବିନିମୟରେ ୩ ଆତଙ୍କବାଦୀ ମୃତ

ଜମ୍ମୁ: ଜମ୍ମୁ କଶ୍ମୀରର ପୁଲୱାମାରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନି ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଭାରତୀୟ ସେନାର ଜଣେ ଜବାନ ସହିଦ ହୋଇଥିବା ସୂଚନା ମିଳିଛି । ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଏନକାଉଣ୍ଟର । ସେନା ତରଫରୁ ମିଳିଥିବା ସୂଚନା ଅନୁସାରେ ପୁଲୱାମାର ଜଦୁରା ଗ୍ରାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଅପରେଶନରେ ଗୁରୁତର ଆହତ ସେନାର ଜଣେ ଜବାନ ସହିଦ ହୋଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ କାଶ୍ମୀର ସୁରକ୍ଷାବଳ ସହ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ଏହିପରି ପ୍ରାୟ ୭ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁରା ଅଞ୍ଚଳରେ ସେନା ତରଫରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ଜମ୍ମୁ-କାଶ୍ମୀର ପୁଲିସ ଅନୁସାରେ ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ଓ ୨ ପିସ୍ତଲ ମଧ୍ୟ ଜବତ କରାଯାଇଛି । ଏହି ଅପରେଶନରେ ସରପଞ୍ଚ ନାସିର ହତ୍ୟା ମାମଲାରେ ଜଡ଼ିତ ଥିବା ଆତଙ୍କବାଦୀ ସୁହୈବର ମୃତ୍ୟୁ ହୋଇଥିବା ନେଇ କାଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ କି ଘାଟିରେ ଭାରତୀୟ ସେନା ପକ୍ଷରୁ ବାରମ୍ବାର ସଚ୍ଚ୍‌ର୍ ଅପରେଶନ କରାଯାଇ ଆତଙ୍କବାଦୀଙ୍କୁ ନିପାତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular