ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଥିବା ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି। ଆଜି ଆୟୋଜିତ ପ୍ରେସମିଟ୍ରେ ଏପରି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ବିଏମସି କମିଶନରଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୮ ବ୍ରିଟେନ ଫେରନ୍ତାଙ୍କ ତାଲିକା ଆସିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତଙ୍କ କି ନାହିଁ ପୁନେରେ ଟେଷ୍ଟ ପରେ ଜଣାପଡ଼ିବ।
ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ୭୦ ଫେରନ୍ତାଙ୍କ ତାଲିକା ଆସିଛି। ସେମାନଙ୍କ ଫୋନ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରୁଛୁ। ୩ଟି ଜୋନ ପାଇଁ ୬ଟି ଟିମ୍ ଗଠନ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି। ସେମାନଙ୍କ ଭିତରୁ କାହାକୁ ପାଉଛୁ ବା ନ ପାଉଛୁ କାଲି ଭିତରେ ଜଣାପଡ଼ିଯିବ। ନଭେମ୍ବର ୩୦ ତାରିଖ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଯାତ୍ରୀ ଓଡ଼ିଶାକୁ ଫେରିଛନ୍ତି। ୧୧୯ ଜଣଙ୍କ ପତ୍ତା ମିଳିଛି ଏବଂ ସେମାନଙ୍କର ପରୀକ୍ଷଣ କରାଯାଇଛି। ବ୍ରିଟେନରୁ ଫେରିଥିବା ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଏହା ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଲଟିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0