ରାଜନଗର: ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ପ୍ରଚଳନ କରିବା ଅଭିଯୋଗରେ ବିଜେପି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି କର୍ମୀମାନେ ଗୋପାଳପୁର ବିଜେପି କାର୍ୟ୍ୟାଳୟରୁ ଏକ ବାଇକ ରାଲି ଶୋଭାଯାତ୍ରାରେ ଆସି ରାଜନଗର ବ୍ଲକ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ପରେ ବିଡିଓଙ୍କୁ ଏକ ଦାବିପତ୍ର ଦେବାସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କେନ୍ଦ୍ରସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମାନଙ୍କୁ ପକ୍କା ଘର ଯୋଗାଉଛନ୍ତି କିନ୍ତୁ ରାଜ୍ୟ ସରକାର ଏହି ଯୋଜନାକୁ ହଡପ କରି ନିଜ ନାମରେ ବିଜୁ ପକ୍କା ଘର ଯୋଜନା ନାମକରଣ କରି ବାହାବା ନେଉଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦରେ ଆଜି ରାଜନଗର ବ୍ଲକ ବିଜେପି ଦଳର ବରିଷ୍ଠ ନେତା ଅଲେଖ ଯେନାଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0