ଦେଶରେ କମିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୩୦ହଜାର ୫୪୮ ନୂଆ ସଂକ୍ରମିତ ଚିହ୍ନଟ । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୮ ଲକ୍ଷ ୪୫ ହଜାର ୧୨୭ । ସେହପରି ଦିନକରେ ୧୩ ହଜାର ୭୩୮ସକ୍ରିୟ ସଂକ୍ରମିତ ରହିଥିବା ବେଳେ ମୋଟ ସକ୍ରିୟ ରହିଛନ୍ତି ୪ଲକ୍ଷ ୬୫ ହଜାର ୪୭୮ ।
ଦିନକରେ ୩୦, ୫୪୮ ଆକ୍ରାନ୍ତ ସେହିପରି ଦେଶରେ ଦିନକରେ ୪୩୫ଜଣ କରୋନାରେ ପ୍ରାଣ ହରାଇଛନ୍ତି । ନୂତନ ମୃତକଙ୍କୁ ମିଶାଇ ମୋଟ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୩୦ ହଜାର ୦୭୦ କୁ ବୃଦ୍ଧି । ଅନ୍ୟପଟେ ଦେଶରେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୩ ହଜାର ୮୫୧ ଜଣ । ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୮୨ଲକ୍ଷ ୪୯ ହଜାର ୫୭୯ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0